ତୁଳନାତ୍ମକ ସାହିତ୍ୟ : ସଂଜ୍ଞା, ସରୂପ ଓ ପ୍ରକାରଭେଦ
ତୁଳନାତ୍ମକ ସାହିତ୍ୟ : ସଂଜ୍ଞା, ସରୂପ ଓ ପ୍ରକାରଭେଦ
ତୁଳନାତ୍ମକ ସାହିତ୍ୟ ହେଉଛି ଏକ ଆଧୁନିକ ବିଚାର । ଯେକୌଣସି ଭାଷାରେ ରଚିତ ସାହିତ୍ୟର ସ୍ଵରୂପ ଓ ପ୍ରରୂପକୁ ଏହି ବିଚାରଧାରାରେ ବିଶ୍ଳେଷଣ କରାଯାଇ ତା’ର ମୂଲ୍ୟାଙ୍କନ କରାଯାଏ । ପୂର୍ବରୁ ଯେପରି ସାହିତ୍ୟ କେବଳ ପାଠକ ଓ ଶ୍ରୋତା ମଧ୍ଯରେ ଆନନ୍ଦ ପ୍ରଦାନର ମାଧ୍ୟମ ଥିଲା, ତାହା ରହିଛି । କିନ୍ତୁ ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ପାଠକ କେବଳ ଏକ ନିର୍ଦ୍ଦିଷ୍ଟ ପରିଧ୍ଵ ମଧ୍ଯରେ ନ ରହି ବିଶ୍ଵକୁ ଦେଖୁଥାଏ । ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୀତିକ, ଆର୍ଥନୀତିକ ଜୀବନଧାରା ସହିତ ଯୋଡ଼ି ହୋଇଥାଏ । ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ଆଞ୍ଚଳିକ ଭାଷାର ସୀମାରେଖାକୁ ଅତିକ୍ରମ କରି ସାହିତ୍ୟ କିପରି ଜାତୀୟ, ଆନ୍ତର୍ଜାତୀୟ, ବିଶ୍ଵସାହିତ୍ୟର ମର୍ଯ୍ୟାଦା ଲାଭ କରିଥାଏ ତାହା ସ୍ପଷ୍ଟ ଜାଣିହୁଏ । ଏହି ଧାରାଟି ଉନବିଂଶ ଶତାବ୍ଦୀରୁ ହିଁ ଆରମ୍ଭ ହୋଇଛି । ୧୮୧୬ ମସିହାରେ ଫ୍ରେଞ୍ଚ ଭାଷାରେ ରଚିତ କବିତା, ଗଳ୍ପର ଚୟନିକା ପାଇଁ ପ୍ରଥମେ ‘deliterature comparee' ଶବ୍ଦର ପ୍ରୟୋଗ କରାଗଲା । ୧୮୧୮ ମସିହାରେ ଜର୍ମାନର କବି ଗେଟେ ବିଶ୍ଵସାହିତ୍ୟ ବୋଲି “World Literature” (ୱେଲଡ୍ ଲିତ୍ରାତୁର) ଏକ ଶବ୍ଦ ବିଭିନ୍ନ ଭାଷାରେ ରଚିତ କେତୋଟି କ୍ଲାସିକ ଗ୍ରନ୍ଥ ଅଧ୍ୟୟନ କରି ପ୍ରୟୋଗ କଲେ । ୧୮୪୮ ମସିହାରେ ଇଂରାଜୀ ସାହିତ୍ୟରେ ମାଥ୍ୟ ଆରନୋଲଡ୍ ‘comparative’ ଶବ୍ଦ ପ୍ରୟୋଗ କଲେ | ଉନବିଂଶ - ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଇଉରୋପରେ ତୁଳନାତ୍ମକ ସାହିତ୍ୟ ପଦ୍ଧତିର ଆରମ୍ଭ ହୋଇଯାଇଥିଲା । ନିଜ ଭାଷାରେ ରଚିତ ପ୍ରାଚୀନ ସାହିତ୍ୟ ସହ ଆଧୁନିକ ସାହିତ୍ୟର ଗଠନ ରୀତି, ପ୍ରକରଣର ନୂତନତା ପ୍ରଦର୍ଶନ କରିବା ଏହି ତୁଳନାତ୍ମକ ଦୃଷ୍ଟିର ଲକ୍ଷ୍ୟ ଥିଲା । ଊନବିଂଶ ଶତାବ୍ଦୀରେ ବିଜ୍ଞାନ ଦୃଷ୍ଟିର ପ୍ରସାର ହେତୁ ପ୍ରତ୍ୟେକ ଘଟଣା ଓ ସର୍ଜନଶୀଳତାକୁ ତର୍କଣା ମାଧ୍ୟମରେ ଗ୍ରହଣ କରିବାକୁ ପ୍ରୟାସ ହେଲା ।" ବିଶ୍ଵ ସାହିତ୍ୟ ସଂପର୍କରେ ଜାଣିବାର ଆଗ୍ରହରୁ ତୁଳନାତ୍ମକ ସାହିତ୍ୟର ସୃଷ୍ଟି । ଏହା ପୂର୍ବରୁ ଅର୍ଥାତ୍ ଊନବିଂଶ ଶତାବ୍ଦୀ ପୂର୍ବରୁ ବିଶ୍ବର ବିଭିନ୍ନ ଧର୍ମ, ସସ୍କୃତିର ତୁଳନାତ୍ମକ ଅଧ୍ୟୟନର ପରମ୍ପରା ସୃଷ୍ଟି ହୋଇ ସାରିଥିଲା । ବିଶ୍ବର ବିଭିନ୍ନ ଲୋକଧର୍ମ ଓ ଲୋକସଂସ୍କୃତି ମଧ୍ଯରେ କିପରି ସାମଞ୍ଜସ୍ୟ ରହିଛି, ତାହାକୁ ଦର୍ଶାଇ ଦିଆଗଲା । ନାନା ବିଭିନ୍ନତା ସତ୍ତ୍ଵେ ପୃଥିବୀର ବିଭିନ୍ନ କୋଣର ମଣିଷମାନଙ୍କ ଭିତରେ ଯେ ଯଥେଷ୍ଟ ଆଦାନ ପ୍ରଦାନର ମାର୍ଗ ପ୍ରସ୍ତୁତି ସହିତ ପାରସ୍ପରିକ ସମତା ଓ ସହାବସ୍ଥାନ ପ୍ରତିଷ୍ଠା ପାଇଁ ଭିତ୍ତି ପ୍ରସ୍ତୁତ କରାଗଲା । ବିଶ୍ଵର ବିକାଶଶୀଳ ଦେଶମାନଙ୍କର ସ୍ଵତନ୍ତ୍ର ସଂଗଠନମାନ ପ୍ରତିଷ୍ଠା କରାଯାଇ ଏ କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧନ କରାଯିବାର ଫଳଶ୍ରୁତି ହେଉଛି ଆଜିର ତୁଳନାତ୍ମକ ଅଧ୍ୟୟନ ।
“ତୁଳନାତ୍ମକ ସାହିତ୍ୟକୁ ଦଧ୍ଵ ଭାଣ୍ଡର ଲହୁଣି ସହ ତୁଳନା କରାଯାଇପାରେ । ଦଧିକୁ ମନ୍ଥନ କଲେ ଯେପରି ଲହୁଣି ବାହାରୁଥାଏ ଠିକ୍ ସେହିପରି ତୁଳନାତ୍ମକ ଅଧ୍ୟୟନ ଦ୍ଵାରା ସାହିତ୍ୟକୁ ମନ୍ଥନ କଲେ ରୋଚକତା ବୃଦ୍ଧିପାଇଥାଏ" ।
୧୯୦୭ ମସିହାରେ ରବୀନ୍ଦ୍ର ନାଥ ଠାକୁର ‘ବିଶ୍ଵସାହିତ୍ୟ’ ବିଷୟରେ ଉଲ୍ଲେଖ କରିଥିଲେ । ' ସେ ବିଶ୍ବର ବିଭିନ୍ନ ସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ଉପରେ ଗୁରୁତ୍ଵ ଦେଇଥିଲେ । ଏହି ଅଧ୍ୟୟନ ଦ୍ଵାରା ବିଶ୍ଵ ଭାବନାର ଉନ୍ମେଷ ଓ ଉତ୍ତରଣ ହୋଇଥାଏ । ଏତଦ୍ବ୍ୟତୀତ ଜ୍ଞାନର ଦିଗ୍ବଳୟ ବିସ୍ତାର ହୋଇଥାଏ । ଏବଂ ସର୍ବୋପରି ପାରସ୍ପରିକ ସଦ୍ଭାବର ଅଭ୍ୟୁଦୟ ହୋଇଥାଏ ।
ତୁଳନାତ୍ମକ ସାହିତ୍ୟ କ’ଣ ?
ତୁଳନାତ୍ମକ ସାହିତ୍ୟ ଦୁଇଟି ସୃଷ୍ଟି ମଧ୍ୟରେ କେବଳ ବିଷୟ ବସ୍ତୁଗତ ବା ଚରିତ୍ର ଗତ ତୁଳନା ନୁହେଁ, ବରଂ ଦୁଇ ସୃଷ୍ଟି ସହ ସାମଞ୍ଜସ୍ୟ ଥିବା ଅନ୍ୟାନ୍ୟ ସୃଷ୍ଟିଗୁଡ଼ିକୁ ଆଲୋଚନା ପରିସରକୁ ଆଣି ଏମାନଙ୍କ ଭିତରେ ଥିବା ସାଦୃଶ୍ୟତା, ପ୍ରଭାବ, ତଥ୍ୟ, ବର୍ଣ୍ଣନା ଆଦିକୁ ବିଶ୍ଳେଷଣ କରିବା । ଏଠି ଆଉ ଏକ ବିଶେଷ କଥା ହେଉଛି ଗୋଟିଏ ଭାଷାରେ ରଚିତ ଦୁଇଟି ସାହିତ୍ୟ ବା ଦୁଇଜଣ କବିଙ୍କ ସଂପର୍କରେ ତୁଳନା କରାଯିବାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ ନାହିଁ । ଯେତେବେଳେ ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଏକଭାଷାର ସାହିତ୍ୟ ସହିତ ତୁଳନା କରାଯାଏ ତାହା ତୁଳନାତ୍ମକ ସାହିତ୍ୟ ହୁଏ । ଉଦାହରଣସ୍ୱରୂପ ବଳରାମ ଦାସଙ୍କ ଓଡ଼ିଆ ରାମାୟଣ ସହିତ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସକୁ ତୁଳନାକୁ ତୁଳନାତ୍ମକ ସାହିତ୍ୟ କୁହାଯିବା ନାହିଁ । ଯେତେବେଳେ ବଳରାମ ଦାସଙ୍କ ରାମାୟଣ ସହିତ ତୁଳସୀ ଦାସଙ୍କ ରାମଚରିତ ମାନସର ତୁଳନା କରଯାଏ, ତାହାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ ।
ଠିକ୍ ସେହିପରି ରାଷ୍ଟ୍ର ବାହାରକୁ ଚାଲିଗଲେ ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ଟମାସ୍ ହାଡ଼ିଙ୍କ ଉପନ୍ୟାସ ସହ ତୁଳନା କରାଗଲେ, ତାହାକୁ ତୁଳନାମୁ ସାହିତ୍ୟ କୁହାଯାଏ । ତେଣୁ ସୂକ୍ଷ୍ମଦୃଷ୍ଟିରୁ ବିଚାର କଲେ–
- ବହୁ ଭାଷିକ ଏକ ରାଷ୍ଟ୍ରର ପରିଧ୍ଵ ଅନ୍ତର୍ଗତ ଭାଷାମାନଙ୍କରେ ରଚିତ ସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ କରାଯାଇପାରେ ।
- ବିଭିନ୍ନ ରାଷ୍ଟ୍ରରେ ବା ଭାଷା ମଣ୍ଡଳରେ ରହୁଥିବା ଲେଖକ ଏକ ଭାଷାରେ ଲେଖିଲେ ମଧ୍ୟ ତାହାର କୃତିର ସହାୟତାରେ ତୁଳନାତ୍ମକ ଅଧ୍ୟୟନ କରାଯାଇଥାଏ । ଅର୍ଥାତ୍ ଜଣେ ଲେଖକ ଇଂଲଣ୍ଡରେ ରହୁଛନ୍ତି ଏବଂ ଅନ୍ୟ ଜଣେ ଲେଖକ ଆମେରିକାରେ ରହନ୍ତି କିନ୍ତୁ ଏମାନେ ହିନ୍ଦି ଭାଷାରେ ଲେଖୁଥାନ୍ତି । ଯେହେତୁ ଏମାନେ ବିଭିନ୍ନ ଭୌଗୋଳିକ ଓ ସାଂସ୍କୃତିକ ପରିବେଶରେ ରହୁଛନ୍ତି ତେଣୁ ଏମାନଙ୍କ ସାହିତ୍ୟରେ ସେହି ସ୍ଥାନର ସାମାଜିକ, ସାଂସ୍କୃତିକ, ରାଜନୀତିକ ଜୀବନଧାରା ରୂପ ପାଇଥାଏ । ଫଳରେ ଗୋଟିଏ ଭାଷାରେ ଲେଖୁଲେ ମଧ୍ଯ ସାହିତ୍ୟର ଆମ୍ବିକ ଭାବନାରେ ଯେହେତୁ ବିବିଧତା ପରିଲକ୍ଷିତ ହୋଇଥାଏ, ତେଣୁ ଏମାନଙ୍କ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ସମ୍ଭବପର ହୋଇଥାଏ ।
ତୁଳନାତ୍ମକ ସାହିତ୍ୟ ବା କଂପାରେଟିଭ୍ ଲିଟେରଚରର ମୂଳ ଶବ୍ଦ ‘କୋପାରିଓ’ ଏକ ଲାଟିନ ଶବ୍ଦ । ଏହାର ଅର୍ଥ ସମାନ୍ତରାଳ ଭାବେ ବୁଝା ପଡୁଥୁବା ପାରସ୍ପରିକ ସମାନତା (ମିଉଚୁଆଲି ଇକୁଆଲ) । ତୁଳନାଶାସ୍ତ୍ରୀ ପାଖରେ ନିଜ ମାତୃଭାଷାର ଲେଖା ପ୍ରଥମ କ୍ଷେତ୍ରୀୟ ଲେଖା । ତା’ ସହିତ ତୁଳନା ହେବାକୁ ଗୃହୀତ ହୋଇଥିବା ଅନ୍ୟ ଭାଷାର ଲେଖାଟି ଦ୍ଵିତୀୟ କ୍ଷେତ୍ରର ଲେଖା । ପ୍ରଥମ କ୍ଷେତ୍ର ଓ ଦ୍ଵିତୀୟ କ୍ଷେତ୍ର ଲେଖା ମଧ୍ୟରେ ମନସ୍ତାତ୍ତ୍ଵିକ, ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ, ମାନବିକ, ଆବେଗିକ, ନୈତିକ ଓ ସମୟୋଚିତ ସମାନ୍ତରାଳ ଭଙ୍ଗୀର ସମଭାବନା ବା ଦୃଷ୍ଟିଭଙ୍ଗୀର ଏକ ରୂପତାର ସନ୍ଧାନ ଓ ଏକ ଢଙ୍ଗର ସଂଚରଣଶୀଳତାକୁ ଅନୁଶୀଳନ କରି ତୁଳନା ଯୋଗ୍ୟ ଲେଖା ଲେଖା ମଧରେ ସମବୋଧ ଆବିଷ୍କାର କରିବା ହେଉଛି ତୁଳନାତ୍ମକ ସାହିତ୍ୟ ।
ଇଂରାଜୀ ଭାଷାରେ ଏହି ତୁଳନାତ୍ମକ ଶବ୍ଦର ପ୍ରୟୋଗ ୧୮୮୯ ମସିହାରେ ହୋଇଥିଲା । ଫ୍ରାନସିସ୍ ମେୟରସ୍ ଏହାର ଭାବଧାରକୁ ନେଇ ‘କମ୍ପାରେଟିଭ ଡିସସ ଅଫ ଆଓ୍ବାର ଇଂଲିସ୍ ପୋଏଟସ୍ ୱିଥ୍ ଦି ଗ୍ରୀକ୍ ଲାଟିନ୍ ଏଣ୍ଡ ଇଟାଲିୟାନ ପୋଏଟସ୍’ ରଚନା କରିଥିଲେ । ଏଚ.ଏମ. ପାଁସନେଟ ୧୮୮୬ ମସିହାରେ ‘କମ୍ପାରେଟିଭ୍ ଲିଟରଚର' ଶୀର୍ଷକରେ ଏକ ପୁସ୍ତକ ପ୍ରଣୟନ କରିଥିଲେ । ୧୯୦୧ ମସିହାରେ କମ୍ପାରେଟିଭ୍ ରିଭ୍ୟୁ ପତ୍ରିକାରେ LXXIX ସଂଖ୍ୟାରେ ଏଚ୍.ଏମ୍. ପାଁସନେଟ୍ ‘ଦି ସାଇନ୍ସ ଅଫ କମ୍ପାରେଟିଭ ଲିଟେରେଚର’ ନାମରେ ଏକ ପ୍ରବନ୍ଧ ପ୍ରକାଶ କଲେ । ମାଥୁ ଆରନଲିଡ ଏବଂ ଅନ୍ୟ ସମାଲୋଚକ, ସାହିତ୍ୟିକମାନଙ୍କର ତୁଳନାତ୍ମକ ବିଚାରଧାରାର ପ୍ରୟୋଗରୁ ଜଣାଯାଏ ଯେ, ଏହା ବିଂଶଶତାବ୍ଦୀର ଆରମ୍ଭରୁ ପ୍ରାୟ ସର୍ବତ୍ର ବ୍ୟବହୃତ ହେବାକୁ ଲାଗିଲା ।
ଲାଟିନ୍ – ଗ୍ରୀକ୍ ଶବ୍ଦ ‘କୋପାର' (Compar)– ‘କୋପାରିଓ’ (Comparario) ଫ୍ରେଞ୍ଚ ବାଟ ଦେଇ ‘କଫାରି ଜୁନ୍’ ହୋଇ ଇଂରାଜୀରେ ‘କମ୍ପେୟାର’ (compare) ରୂପ ପ୍ରଚଳିତ ହୋଇଛି । ଭାରତୀୟ ବିଚାରଧାରାରେ ଏହାର (କମ୍ପେୟାର) ପ୍ରତିଶବ୍ଦଟି ହେଉଛି– ‘ତୁଳନା’ । ତଳ + ଅନୁ + ଆ = ତୁଳନା; ଯାହାର ବ୍ୟୁତ୍ପତ୍ତି ଗତ ଅର୍ଥ ହେଉଛି – ଓଜନ ଯୋଗ୍ୟ ଓ ପାରିଭାଷିକ ଭାବାର୍ଥ ହେଉଛି – ଉପମାଯୋଗ୍ୟ ବିଷୟର ସାଦୃଶ୍ୟ ନିରୂପଣ । ଭାରତୀୟ ସାହିତ୍ୟ ତତ୍ତ୍ଵରେ ଏହାକୁ ଉପମାନ ଉପମେୟ ଭାବସଦୃଶ ସମ୍ବାଦ | କାବ୍ୟ ସମ୍ବାଦ / ତୁଲ୍ୟଦେହୀ ପ୍ରତିବିମ୍ବାତ୍ମକ ସାଦୃଶ୍ୟ ଲେଖା ଭାବରେ ବିବେଚନା କରାଯାଇଛି ।
ତୁଳନାତ୍ମକ ସାହିତ୍ୟର ସଂଜ୍ଞା :
ସମାଲୋଚକ ଡ.ଏସ. ଏସ. ପ୍ରୋୟେକ ମତରେ – “ ଏକାଧ୍ଵକ ଭାଷାର ସାହିତ୍ୟ ତତ୍ତ୍ବ ଓ ସମାଲୋଚନାର ସ୍ୱରୂପ ନିର୍ଣ୍ଣୟ ପାଇଁ ତୁଳନାତ୍ମକ ସାହିତ୍ୟକୁ ଏକ ପରୀକ୍ଷା ଭାବରେ ପ୍ରୟୋଗ କରାଯାଉଅଛି । ଏଥିରେ ଦୁଇ କିମ୍ବା ଅଧିକ ଭାଷାଭାଷୀ ସାହିତ୍ୟର ସାମ୍ୟ, ବୈଷମ୍ୟ, ମୂଳପ୍ରସଙ୍ଗ, ପ୍ରଭାବ କିମ୍ବା ସାହିତ୍ୟ ସଂପର୍କ ଓ ସଂପ୍ରେଷଣ ଅଧ୍ୟୟନର ଓ ବିଶ୍ଳେଷଣକୁ ବୁଝାଇଥାଏ । (Dr S.S. Power, Comparative Literary Studies, Introduction, P-9)
ପ୍ରଫେସର ଏନ୍ ଗୁହାଙ୍କ ମତରେ – “ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନରେ ତୁଳନା ପ୍ରାଥମିକ ପଦ୍ଧତି ନୁହେଁ, କିମ୍ବା ତୁଳନାତ୍ମକ ସାହିତ୍ୟ ଅର୍ଥ ନୁହେଁ ଯେ ପୁସ୍ତକର ପ୍ରତିପୃଷ୍ଠା ତୁଳନା କରିବା । ଏହାର ମୋଟାମୋଟି ଆଭିମୁଖ୍ୟ ହେଉଛି ସାହିତ୍ୟର ଗୁରୁତ୍ଵ ଏବଂ ସର୍ଜନଶୀଳ ପ୍ରକ୍ରିୟାର ତୁଳନା ।”
ସାହିତ୍ୟିକ ଟି. ଏସ. ଏଲିଅଟ୍ରଙ୍କ ମତରେ– “ ତୁଳନା ଏବଂ ବିଶ୍ଳେଷଣ ସମାଲୋଚକର ଦୁଇଟି ମୁଖ୍ୟ ଆଧାର; ମାତ୍ର ତୁଳନାତ୍ମକ ସାହିତ୍ୟ ସ୍ପଷ୍ଟ ଭାବରେ ତୁଳନାକୁ ହିଁ ବୁଝାଇଥାଏ । ଏଥିରେ ପ୍ରତ୍ୟେକଙ୍କର ଉତ୍କର୍ଷ ନିର୍ବାଚିତ ନ ହୋଇ ଶୃଙ୍ଖଳିତ ହୋଇଥାଏ । ସ୍ରଷ୍ଟାର ମାନସିକ ଐକ୍ୟ ଓ ସମତାକୁ ବୁଝାଇବାର ଏକ ସ୍ଵତନ୍ତ୍ର ପ୍ରକ୍ରିୟା ଓ ପଦ୍ଧତି ଭାବରେ ଗ୍ରହଣ କରାଯାଇଥାଏ । ”
(Chudhuri Indira Nath, Compartive Indian Liturature, P-3)



