Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

ଓଡିଆ ରଚନା ଉତ୍କଳ ଦିବସ

ଉତ୍କଳ ଦିବସ ଓଡ଼ିଆ ରଚନା | Utkal Divas Odia Essay | Odisha Day Essay in Odia

ଉତ୍କଳ ଦିବସ ଓଡ଼ିଆ ରଚନା | Utkal Divas Odia Essay | Odisha Day Essay in Odia

Utkal Divas Odia Essay Image - ଉତ୍କଳ ଦିବସ ରଚନା

ଉତ୍କଳ ଦିବସ ହେଉଛି ଓଡ଼ିଶା ଜାତିର ସ୍ଵାଭିମାନ ଓ ଏକତାର ପ୍ରତୀକ। ପ୍ରତିବର୍ଷ ଅପ୍ରେଲ ୧ ତାରିଖରେ ଏହି ଦିନଟିକୁ ଉତ୍ସାହ ଓ ଗର୍ବ ସହିତ ପାଳନ କରାଯାଏ। ଆସନ୍ତୁ ଦେଖିବା, ଏହି ଦିନର ଇତିହାସ ଓ ଗୁରୁତ୍ଵ।

ଉନବିଂଶ ଶତକର ଓଡ଼ିଶା

ଯୁଗ ଯୁଗ ଧରି ଓଡିଶାବାସୀଙ୍କୁ ସହ୍ୟ କରିବାକୁ ପଡ଼ିଛି ମୋଗଲମାନଙ୍କର ଅତ୍ୟାଚାର, ବର୍ଗୀମାନଙ୍କର ଲୁଣ୍ଠନ, ମରହଟ୍ଟାମାନଙ୍କର ବର୍ବର, ଅମାନୁଷିକ କାର୍ଯ୍ୟକଳାପ ା ଏତିକିରେ ମଧ୍ୟ ଓଡିଶାର ଦୁଃଖ ସରିଯାଇନାହିଁ ା ୧୮୦୩ ମସିହାରେ ମରହଟ୍ଟାମାନଙ୍କୁ ପରାସ୍ତ କରି ଓଡିଶା ମାଟିକୁ ଅଧିକାର କରନ୍ତି ଇଂରେଜମାନେ ା ବାଣିଜ୍ୟ ବ୍ୟବସାୟ କରୁ କରୁ ଧିରେ ଧିରେ ସମଗ୍ର ରାଜ୍ୟ ତାଙ୍କ ଅଧିନକୁ ଚାଲିଯାଏ ା ସେ ସମୟରେ ଓଡିଶା ରାଜ୍ୟ ଏକ ସ୍ଵତନ୍ତ୍ର ପ୍ରଦେଶ ନଥିଲା ା ବଙ୍ଗ, ବିହାର, ଆସାମକୁ ନେଇ ଯେଉଁ ବେଙ୍ଗଲ ପ୍ରେସିଡେନସି ଗଠନ କରାଯାଇଥିଲା ତନ୍ମଧ୍ୟରେ ଓଡ଼ିଶା ଥିଲା ଏକ ଡିଭିଜନ୍ ା ଭାରତବର୍ଷର ଅନ୍ୟାନ୍ୟ ପ୍ରାଦେଶିକ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିଲା ା

ଇଂରେଜମାନଙ୍କ ଓଡ଼ିଶା ଅଧିକାର

ଇଂରେଜମାନଙ୍କ ପୂର୍ବରୁ ଓଡିଶା ମରହଟ୍ଟା ଶାସକମାନଙ୍କଦ୍ଵାରା ଶାସିତ ହେଉଥିଲା ା ମରହଟ୍ଟାମାନଙ୍କର ଅତ୍ୟାଚାରରେ ସମଗ୍ର ଓଡ଼ିଶାବାସୀ ଅତିଷ୍ଠ ହୋଇପଡିଥିଲେ ା ଏହାର ସୁଯୋଗ ନେଇଥିଲେ ହରକୋଟ୍ ସାହେବ ା ଏହି ପରିପ୍ରେକ୍ଷୀରେ ହରକୋଟ ସାହେବ ପୁରୀର ମହନ୍ତଙ୍କ ପାଖକୁ ସଂମ୍ପୂର୍ଣ୍ଣ ନିରାପଦ ଯୋଗାଇଦେବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ ା ଏହା ପରେ ଖୋର୍ଦ୍ଧାରାଜାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ସୈନିକମାନଙ୍କର ଯାତାୟତର ସୁବିଧା କରାଇ ଦେଇଥିଲେ ା ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ସଂଘର୍ଷ ପରେ ପୁରୀ ଇଂରେଜମାନଙ୍କ ଅଧିନକୁ ଚାଲିଯାଇଥିଲା ା ଏହି ସମୟରେ ପୁରୀର ସୁରକ୍ଷା ଦାୟିତ୍ଵ ନେଇଥିଲେ ମେଜର ଫ୍ଲେଚର୍ ା ଧିରେ ଧିରେ ମରହଟ୍ଟା ଶକ୍ତି ଇଂରେଜ ସାମର୍ଥ୍ୟ ପାଖରେ ହାର ମାନୁଥାଏ ା ଇଂରେଜ ସୈନ୍ୟବାହିନୀ କଟକକୁ ଅକ୍ତିଆର କରିବାକୁ ଅଗ୍ରସର ହେଉଥାନ୍ତି ା ଏହି ସମୟରେ ଅହମଦପୁର ଓ ମୁକୁନ୍ଦପୁରଠାରେ ମରହଟ୍ଟା ସୈନ୍ୟର ପ୍ରତିରୋଧର ସମ୍ମୁଖିନ ହୁଅନ୍ତି ଇଂରେଜ ସୈନ୍ୟ ମାତ୍ର ଇଂରେଜମାନଙ୍କର ସାମର୍ଥ୍ୟ ମରହଟ୍ଟା ଶକ୍ତିକୁ ଅତି ସହଜରେ ପରାସ୍ତ କଲେ ା ଅକ୍ଟୋବର ମାସ ୧୪ ତାରିଖରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କରନ୍ତି ା ଏହାପରେ କଟକର ପରିଚାଳନା ପାଇଁ ଏକ କମିଶନ ଗଠନ କରାଯାଏ, ଯେଉଁଥିରେ ହରକୋଟ୍, ଟି.ଏଚ୍.ଆର୍ଣ୍ମେଷ୍ଟ ଓ ମାଲଭିଲେ ସଦସ୍ୟ ରୁହନ୍ତି ା ଓଡ଼ିଶାର ରାଜା, ଜମିଦାରମାନେ ବ୍ରିଟିଶ ଶାସକମାନଙ୍କୁ କର ଦେବାକୁ ସମ୍ମତି ପ୍ରଦାନ କରନ୍ତି ା ଧିରେ ଧିରେ ବାଲେଶ୍ଵର ଓ ସମ୍ଵଲପୁର ମଧ୍ୟ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ ା ସଂପୂର୍ଣ୍ମ ଓଡିଶା ଦଖଲ ପରେ ୧୮୦୩ ଡିସେମ୍ଵର ମାସରେ କମିଶନରଙ୍କ କାର୍ଯ୍ୟନିର୍ବାହକ କଲେକ୍ଟର ଜେମସ ହତାରଙ୍କୁ ଭୂ-ରାଜସ୍ଵ ନୀତି ପାଇଁ ନିର୍ଦ୍ଦେଶ ଦିଅନ୍ତି ା ଧିରେ ଧିରେ ଓଡିଶା ସମ୍ପୂର୍ଣ୍ଣଭାବରେ ଇଂରେଜମାନଙ୍କ ଅଧିନକୁ ଚାଲିଯାଏ ା ଅର୍ଥନୀତି, ସମାଜନୀତି ସବୁକିଛିର ନିର୍ଦ୍ଧାରକ ସାଜନ୍ତି ଇଂରେଜମାନେ ା ସାମାଜିକ ବିଧି ବ୍ୟବସ୍ଥାର ନବୀକରଣ ନାମରେ ଓଡ଼ିଆ ଜାତି ନିଜର ନିଜସ୍ଵ ସଂସ୍କୃତି ଓ ପରମ୍ପରା ହରାଇ ଦିଏ ା ନୂତନ ଚିନ୍ତା ଚେତନାର ଆଗମନ ନାମରେ ନିଜସ୍ଵ ଫାଇଦା ଉଠାଇବା ପାଇଁ ଚାହିଁଲେ ଇଂରେଜ ସରକାର ା ତେଣୁ ଉନବିଂଶ ଶତାଦ୍ଦୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସର୍ବୋପରି ଜାତୀୟ ଜୀବନ ପାଇଁ ଥିଲା ଏକ ପରୀକ୍ଷାର ସମୟ ା

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ

୧୯୧୨ ମସିହାରେ ଇଂରେଜ ସରକାର ଓଡିଶା-ବିହାରକୁ ନେଇ ବିହାର-ଓଡିଶା ପ୍ରଦେଶ ଗଠନ କରନ୍ତି ା ଫଳରେ ବହୁ ଓଡିଆ ଭାଷାଭାଷୀ ଅଞ୍ଚଳ ଓଡିଶା ଡିଭିଜନ ଭିତରେ ନ ରହି ମାନ୍ଦ୍ରାଜ, ମଧ୍ୟ ପ୍ରଦେଶ ଓ ବଙ୍ଗପ୍ରଦେଶ ସହିତ ମିଶି ରହିଥିଲା ା ତେଣୁ ଏ ସମସ୍ତ ବିଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହେଲା ା ଓଡିଶାକୁ ଇଂରେଜ ଆଗମନର ଠିକ ଶହେ ବର୍ଷ ପରେ ଅର୍ଥାତ୍ ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଗଠନ କଲେ ା ଏଥିରେ ତାଙ୍କୁ ସହଯୋଗ କରିଥିଲେ ଗୋପବନ୍ଧୁ ଓ ପାରଳାର ଗଜପତି ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବ ା ,ସେମାନଙ୍କ ଉଦ୍ୟମରେ ୧୯୬୩ ମସିହା ଅପ୍ରେଲ ମାସ ୧ ତାରିଖରେ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଘୋଷଣ କରାଗଲା ା ବିହାରରେ ମିଶିଥିବା ଓଡ଼ିଶା ଡିଭିଜନରୁ (କଟକ, ପୁରୀ, ବାଲେଶ୍ଵର, ଅନୁଗୁଳ) ସମ୍ଵଲପୁର ଜିଲ୍ଲା ଓ ସେତେବେଳର ମାନ୍ଦ୍ରାଜରୁ କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ଵତନ୍ତ୍ର ପ୍ରଦେଶ ଗଠନ କରାଗଲା ା ସେହିଦିନଠାରୁ ପ୍ରତିବର୍ଷ ଅପ୍ରଲ ପହିଲାକୁ ଉତ୍କଳ ଦିବସ ଭାବରେ ପାଳନ କରାଗଲା ା

ଉତ୍କଳ ଦିବସ ପାଳନ ବିଧି

ଓଉତ୍କଳ ଦିବସକୁ ସମ୍ମାନ ଦେଇ ଓଡ଼ିଶା ସରକାର ଅପ୍ରେଲ ପହିଲାକୁ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି ମାତ୍ର ଏହି ଦିନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ କାର୍ଯ୍ୟାଳୟମାନଙ୍କରେ ଉତ୍କଳ ଦିବସ ପାଳନ କରାଯାଏ ା ସଭା ସମିତିର ଆୟୋଜନ କରାଯାଏ ା ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରନ୍ତି ା ବକ୍ତାମାନେ ଓଡିଶାର ଉନ୍ନତି ପାଇଁ ଆହ୍ଵାନ ଦିଅନ୍ତି ା ମଧୁବାବୁ ଓ ପାରଳା ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଏ ା ଛାତ୍ରଛାତ୍ରୀମାନେ ଉତ୍କଳ ଦିବସ ଉପଲକ୍ଷେ ଶୋଭାଯାତ୍ରାମାନ ବାହାର କରନ୍ତି ା ଉତ୍କଳ ଜନନୀର ଜୟ, ମଧୁବାବୁଙ୍କର ଜୟ, ପାରଳା ମହାରାଜାଙ୍କର ଜୟ ଇତ୍ୟାଦି ସ୍ଳୋଗାନ ଦିଅନ୍ତି ା ସମ୍ଵାଦପତ୍ରଗୁଡିକ ମଧ୍ୟ ଜ୍ଞାନୀଗୁଣୀ ବ୍ୟକ୍ତିମାନଙ୍କର ଉତ୍କଳ ଜନନୀ ଉଦ୍ଦେଶ୍ୟରେ ସାରଗର୍ଭକ ଆଲୋଚନାମାନ ପ୍ରକାଶିତ କରିଥାନ୍ତି ା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତାମାନ ପଠାଇଥାନ୍ତି ା

ଉତ୍କଳ ଦିବସର ଅନୁଚିନ୍ତା

ଓଡ଼ିଶା ଜାତିର ସ୍ଵାଭିମାନର ପ୍ରତିକ ହେଉଛି ଉତ୍କଳ ଦିବସ ା ଗୋପବନ୍ଧୁ, ମଧୁସୂଦନ, ପାରଳା ମହାରାଜା ଗଜପତିଙ୍କର ଅକ୍ଲାନ୍ତ ଉଦ୍ୟମରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମ, ମାତ୍ର ସେମାନେ ନିଜେ ତାହା ଦେଖିପାରି ନଥିଲେ ା ସେମାନଙ୍କର ସ୍ଵପ୍ନ ସାକାର ରୂପ ନେଲା ା ବିଗତ ଦିନର ୬ଟି ଜିଲ୍ଲାରୁ ଏବେ ୩୦ଟି ଜିଲ୍ଲାରେ ଓଡ଼ିଶା ପରିଣତ ା ଖଣିଜ ସମ୍ପଦର ପ୍ରଚୁର ଭଣ୍ଡାର ଗଚ୍ଛିତ ା ଜଳସମ୍ପଦ, ଜଙ୍ଗଲ ସମ୍ପଦ କେଉଁଥିରେ ଆମ ରାଜ୍ୟ ଉଣା ନୁହେଁ ା ତଥାପି ଏବେ ମଧ୍ୟ ଆମ ରାଜ୍ୟର ଅର୍ଦ୍ଧେକ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ କାଳ କାଟୁଛନ୍ତି ା ନିରକ୍ଷରତାର ଯନ୍ତ୍ରଣା ଭୋଗ କରୁଛନ୍ତି ା ରାଜନୈତିକ ନେତୃଵୃୃନ୍ଦମାନେ ନିଜ ସ୍ଵାର୍ଥକୁ ଚରିତାର୍ଥ କରୁଛନ୍ତି ା ଉତ୍କଳ ଦିଵସ ଦିନ ପୂର୍ଵ ସ୍ମୃତିକୁ ସ୍ମରଣ କରି ଉଦଭାଷଣ ଦେଇଦେଲେ କର୍ତ୍ତଵ୍ୟର ପରିସମାପ୍ତି ହେଲା ଵୋଲି ସେମାନେ ଗ୍ରହଣ କରନ୍ତି ା ତେଣୁ ଏହି ଦିଵସରେ ଆମେ ସମସ୍ତେ ଆମ ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଗଭୀର ଚିନ୍ତା କରିଵା ଉଚିତ ା।

ଉପସଂହାର

ଆମ ଜାତି ଆମ ଦେଶ କିପରି ସୁସଂଗଠିତ ହୋଇ ନିଜର ପ୍ରକୃତ ପରିଚୟ ପ୍ରାପ୍ତ ହୋଇ ପାରିଲା ସେ ସମ୍ପର୍କରେ ଆମ ଉତ୍ତର ପିଢି ଅବଗତ ହେବା ଉଚିତ ା ସେମାନଙ୍କୁ ଐକ୍ୟ ଓ ସଂହତିର ଗୁଣଗାନ ପାଇଁ ପ୍ରେରଣା ପ୍ରଦାନ କରିବା ଉଚିତ ା ଜୀବନ ଯନ୍ତ୍ରଣାରେ ଜର୍ଜରିତ ହୋଇ ଦେଶ ଓ ଜାତିର ଏକତା ଓ ପ୍ରଗତି ତଥା ଯେଉଁମାନେ ଚିନ୍ତା କରୁଥିଲେ ସେଇ ଗୋପବନ୍ଧୁ ଓ ମଧୁବାବୁଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ବ୍ୟକ୍ତିକ୍ଵର ବିକାଶ ସାଧନା କରିବା ଆବଶ୍ୟକ ା ସେମାନଙ୍କ ପ୍ରଦର୍ଶିତ ସଂଗ୍ରାମର ପଥରେ ଗତିକରି ନିଜର ତଥା ଜାତିର ଉନ୍ନତ ବିଧାନ କରିପାରିଲେ ସବୁଠାରୁ ବଡ଼ ଦେଶପ୍ରେମ କର୍ତ୍ତବ୍ୟ ସମ୍ପାଦନ ହୋଇପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ ା

Related Odia Essays:

*****

Comments