Recent Post
- Get link
- X
- Other Apps
Odia application to the Sarpanch for village road repairing.
Odia application to the Sarpanch for village road repairing.
ଗ୍ରାମ ରାସ୍ତା ମରାମତି ପାଇଁ ସରପଂଚଙ୍କ ନିକଟକୁ ଦରଖାସ୍ତ
ମହାଶୟ,
ଶ୍ରୀଯୁକ୍ତ ସରପଂଚ, ସରଗଜ ଗ୍ରାମପଂଚାୟତ, ତରଭା, ସୁବର୍ଣ୍ଣପୁର ।
ବିଷୟ- ଗ୍ରାମ ରାସ୍ତା ମରାମତି ପାଇଁ ଆବେଦନ ।
ଆମ୍ଭେ ସିଲାଟିମୁଣ୍ଡା ଗ୍ରାମ ନିବାସୀ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନିବେଦନ କରୁଅଛୁ ଯେ ଆମ ଗ୍ରାମର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଆମ ଗ୍ରାମର ଦୁଇହଜାର ଜନସାଧାରଣ ଏହି ଗୋଟିଏ ମୁଖ୍ୟରାସ୍ତା ଉପରେ ନିର୍ଭର କରିଥାଆନ୍ତି । ଏହି ରାସ୍ତାଟି ଏକ କଚ୍ଚାରାସ୍ତା ଅଟେ । ବର୍ଷାଦିନେ ଆମ ଗ୍ରାମ ସତେଯେମିତି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ । ରାସ୍ତାରେ ବଡ ବଡ ଖାଲ ଦେଖିବାକୁ ମିଳେ । ଏ ଖାଲଗୁଡିକ ମଧ୍ୟ ବର୍ଷାଜଳରେ ଭରି ରାସ୍ତା ସହିତ ସମାନ ହୋଇଯାଏ। ତେଣୁ ରାତିରେ ଯିବାଆସିବା ସମୟରେ ଲୋକେ ବହୁ ସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତାରେ ସଂଯୋଗ କରାଯାଉଛି; ମାତ୍ର ଆମ ଗ୍ରାମ ରାସ୍ତା ପ୍ରତି କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଏଯାବତ୍ ପଡିନାହିଁ । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ।
ଏଣୁ ଆମ୍ଭେ ବିନୀତ ପ୍ରାର୍ଥନା କରୁଅଛୁ ଯେ ଆମ ଗ୍ରାମ ରାସ୍ତାକୁ ମରାମତି ନିର୍ମିତ ଆବଶ୍ୟକ ଅର୍ଥ ମଞ୍ଜୁର କଲେ ଆମ୍ଭେ ଆପଣଙ୍କ ନିକଟରେ ଚିର କୃତଜ୍ଞ ହୋଇ ରହିବୁ ।
ସିଲାଟିମୁଣ୍ଡା
ତା ୦୯.୧୦.୧୮ ଆପଣଙ୍କ ବିଶ୍ବସ୍ତ
ଶୋଭାବନ ପୋଢ
ସନ୍ତୋଷ ସେଠୀ
ହିମାଂସୁ ମିଶ୍ର
Comments
Popular Post
WRITE AN APPLICATION TO THE B.D.O. OF YOUR BLOCK REQUESTING HIM TO SINK A FEW TUBEWELL IN YOUR VILLAGE FOR SUPPLY OF DRINKING WATER.
- Get link
- X
- Other Apps
application to B.D.O. requesting to sink a few tubewell for supply of drinking water.
- Get link
- X
- Other Apps
WRITE AN APPLICATION TO THE HEADMASTER TO GRANT OF LEAVE FOR REMAINING PERIOD OF A DAY.
- Get link
- X
- Other Apps

ଗ୍ରାମରେ ଥିବା ଗଳି ରାସ୍ତା ପକା କରିବା ପାଇଁ ଆବେଦନ
ReplyDeleteNalakupa maramati
ReplyDelete