Essay chhatrajibana o srunkhala. ପ୍ରବନ୍ଧ ଛାତ୍ରଜୀବନ ଓ ଶୃଙ୍ଖଳା
ଛାତ୍ରଜୀବନ ଓ ଶୃଙ୍ଖଳା ଉପକ୍ରମ ସକଳ ପ୍ରକାରର କୃତିତ୍ଵ ମୂଳରେ ଶୃଙ୍ଖଳା ବିଦ୍ୟମାନ । ସମସ୍ତ ପ୍ରକାରର ସଂଗଠନ ଓ ସୁଗଠନ ନିମିତ୍ତ ଶୃଙ୍ଖଳା ଆବଶ୍ୟକ; ତେଣୁ ଶୃଙ୍ଖଳା ଜ୍ଞାନ ଓ ଶୃଙ୍ଖଳା ଅଭ୍ୟାସ ପ୍ରତ୍ୟେକଙ୍କ ପକ୍ଷରେ ଉପାଦେୟ। ଛାତ୍ରଜୀବନ ଶିକ୍ଷା ସଂଗଠନର ସମୟ । ଏହି ସମୟ ମଧ୍ୟରେ ମଣିଷ ନିଜର ଭବିଷ୍ୟତ ଲାଗି ତାଲିମ ଗ୍ରହଣ କରେ। ଦେଶ, ଜାତି ଓ ସମାଜ ଉପଯୁକ୍ତ ନାଗରିକ ଲାଭ କରିବା ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନସବୁ ସ୍ଥାପନ କରି ସେଠାରେ ଛାତ୍ରମାନଙ୍କୁ ଶିକ୍ଷା ଓ ତାଲିମ ଦେଇ ଉପଯୁକ୍ତ କରନ୍ତି। ତେଣୁ ଛାତ୍ରଜୀବନ ହେଉଛି ମନୁଷ୍ୟ ପକ୍ଷରେ ଗୁରୁତ୍ଵପୂର୍ଣ୍ଣ। ଛାତ୍ରଜୀବନକୁ କୃତକାର୍ଯ୍ୟ କରିବା ନିମିତ୍ତ ଶୃଙ୍ଖଳାଜ୍ଞାନ ଓ ଶୃଙ୍ଖଳା ଅଭ୍ୟାସ ପ୍ରତ୍ୟେକ ଛାତ୍ର ପକ୍ଷରେ ଏକାନ୍ତ ଆବଶ୍ୟକ। ଛାତ୍ରଜୀବନ ନିମିତ୍ତ ଶୃଙ୍ଖଳାର ଆବଶ୍ୟକତା ଏତେ ବେଶି ଯେ, ଶୃଙ୍ଖଳାହୀନ ଛାତ୍ରଜୀବନର କଳ୍ପନା କରିହୁଏ ନାହିଁ । ଛାତ୍ରଜୀବନର ପ୍ରତି ମୁହୂର୍ତ୍ତରେ କଠୋର ଶୃଙ୍ଖଳା ସର୍ବୋଦୌ ବାଞ୍ଛନୀୟ। ଅଧ୍ୟୟନରେ ଶୃଙ୍ଖଳା ଛାତ୍ରମାନଙ୍କର ଚିନ୍ତାଧାରାରେ ଶୃଙ୍ଖଳା ରହିବା ଆବଶ୍ୟକ। ବିଶୃଙ୍ଖଳାପୂର୍ଣ୍ଣ ଚିନ୍ତା ଛାତ୍ରର କାର୍ଯ୍ୟକଳାପରେ ପ୍ରକଟିତ ହୁଏ; ତେଣୁ ତା’ର କୌଣସି କାର୍ଯ୍ୟରେ ଶୃଙ୍ଖଳା ରହେ ନାହିଁ। ସୁତରାଂ ଛାତ୍ରମାନଙ୍କର ଉପଯୁକ୍ତ ପ୍ରଣାଳ...