Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Gramya Pathashala, ଗ୍ରାମ୍ୟ-ପାଠଶାଳା

ଗ୍ରାମ୍ୟ-ପାଠଶାଳା

Gramya pathashala essay poster


ଉପକ୍ରମ :—

ସଭ୍ୟତାର ଆଦିପର୍ବରେ ଦୂରଦର୍ଶୀ ପ୍ରବୀଣ ପଣ୍ଡିତଗଣ ସମାଜ ମଙ୍ଗଳ ନିମିତ୍ତ ଯେତେଗୁଡ଼ିଏ ଅନୁଷ୍ଠାନର ପରିକଳ୍ପନା କରିଥିଲେ, ସେଥୁମଧ୍ୟରୁ ବିଦ୍ୟାନୁଷ୍ଠାନ ସର୍ବପ୍ରଧାନ। ଏହି ବିଦ୍ୟାନୁଷ୍ଠାନଗୁଡ଼ିକ ମଧ୍ୟରେ ପାଠଶାଳା ବା ଚାଟଶାଳୀ ସର୍ବକନିଷ୍ଠ ସୋପାନ ଅଟେ। ଗ୍ରାମବହୁଳ ଭାରତବର୍ଷରେ ବହୁ ଗ୍ରାମ୍ୟପାଠଶାଳା ଦୃଷ୍ଟିଗୋଚର ହୁଏ। ଯୁଗଭେଦରେ ଏହି ପାଠଶାଳାଗୁଡ଼ିକ କେତେବେଳେ ସୁଗଠିତ ସୁପରିଚାଳିତ ଏବଂ କେତେବେଳେ ଅବହେଳିତ କୁପରିଚାଳିତ ହୁଏ। ପ୍ରାଚୀନ ଭାରତରେ ନୃପତି ଧନପତିମାନଙ୍କ ସାହାଯ୍ୟରେ ଗ୍ରାମ୍ୟ ପାଠଶାଳାଗୁଡ଼ିକର ମାନ ବହୁ ଉଚ୍ଚରେ ଥିଲା। ଏହି ପାଠଶାଳାଗୁଡ଼ିକ ସାଧାରଣତଃ ଦେବପୀଠ, ମନ୍ଦିର ସଦାବ୍ରତ ମଠ ଆଦି ସହିତ ସଂଲଗ୍ନ ରହିଥିଲା।

ମଧ୍ୟଯୁଗରେ ପାଠଶାଳାଗୁଡ଼ିକ ବିଶିଷ୍ଟ ଭୂମାଧ୍ୟାକାରୀମାନଙ୍କ ମେଲାଘର, ଚୌପାଢ଼ୀ, ଚାଳି ଏବଂ ଅପେକ୍ଷାକୃତ ଅଳ୍ପ ଧନଶାଳୀ ଗ୍ରାମଗୁଡ଼ିକରେ ବଉଳଗଛ ଅମ୍ବଗଛର ପାଦଦେଶରେ ସ୍ଥାନ ଗ୍ରହଣ କଲା। ଇଂରେଜ ସରକାରଙ୍କ ଶାସନକାଳରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଶିକ୍ଷାପଦ୍ଧତିରେ ପ୍ରାଥମିକ ଶିକ୍ଷା ସଂଗଠିତ ହେଲା। ଜିଲ୍ଲା ହେଡ଼କ୍ୱାର୍ଟରଗୁଡ଼ିକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (Model Primary School) ସବୁ ଚୂନଧଉଳା ପକ୍କା କୋଠା ଗୁଡ଼ିକରେ ପ୍ରତିଷ୍ଠିତ ହେଲା। କ୍ରମ ଭିଭିରେ ଉପରକୁ ଉପର ବିଭାଗୀୟ ଉଚ୍ଚ ଅଫିସରମାନେ ରହି ପ୍ରାଥମିକ ଶିକ୍ଷାକୁ ଏକ ସୁନିୟନ୍ତ୍ରିତ ବୈଜ୍ଞାନିକ ଭିଭି ଉପରେ ଦଣ୍ଡାୟମାନ କଲେ। ଶିକ୍ଷାବିଭାଗର ଦୃଷ୍ଟିତଳେ କେତେକ ଗ୍ରାମ୍ୟ ପାଠାଶାଳାକୁ ଘରୋଇ ସମିତିଗୁଡ଼ିକଦ୍ୱାରା ପରିଚାଳିତ ହେବାର ସୁଯୋଗ ଦିଆଗଲା ; କିନ୍ତୁ ଏହି ଘରୋଇ ସମିତିଗୁଡ଼ିକ ଦ୍ଵାରା ଅବସ୍ଥା ଆଦୌ ଉତ୍ତମ ଥିଲା। ଏହାଛଡ଼ା ଗାଁ ଗାଁରେ ଚାହାଳୀ କରି ବଂଶାନୁଗତ ପେସାଦାର ଅବଧାନମାନେ ପିଲାମାନଙ୍କୁ ପ୍ରାଚୀନ ପନ୍ଥାରେ ଗୋପୀଭାଷା, ରାସକ୍ରୀଡା, ଶ୍ରୀମଦ୍ଭାଗବତ, ରାମାୟଣ, ମହାଭାରତ, ଲୀଳାବତୀ ସୂତ୍ର ଆଦି ପଢ଼ାଇବାରେ ଲାଗିଲେ।

ଏହି ବିଦ୍ୟାଳୟଗୁଡ଼ିକର ସାଧାରଣତଃ ସ୍ଵତନ୍ତ୍ର ଗୃହ ଥାଏ। ଯେଉଁଠି ବିଦ୍ୟାଳୟର ସ୍ୱତନ୍ତ୍ର ଗୃହ ଥାଏ, ତହିଁରେ ଝରକା ପଟା କବାଟ ଥାଏ। ଘର ଭିତରେ ଉଇହୁଙ୍କାର ପ୍ରାବଲ୍ୟ ଏବଂ ଚାଳ ଦେହରେ ମାଳ ମାଳ କଣା। କାନ୍ଥଗୁଡ଼ିକ ସାଧାରଣତଃ ଓଲମ ବିଲମ ହୋଇ କୌଣସିମତେ ତିନିପାଆ ପର୍ଯ୍ୟନ୍ତ ଉଠିଥାଏ। ବେତ୍ର ହିଁ ଥିଲା ଶିକ୍ଷାଦାନର ପ୍ରଧାନ ଉପକରଣ ଏବଂ ବେତ୍ରାଘାତ ହିଁ ଥିଲା ଶିକ୍ଷାଦାନର ପ୍ରଧାନ ନୀତି

ଆଧୁନିକ ଗ୍ରାମ୍ୟ-ପାଠାଶାଳା :-

୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ଭାରତବର୍ଷର ଲୋକପ୍ରତିନିଧ୍ୟ ସରକାର ଦେଶର ପ୍ରାଥମିକ ଶିକ୍ଷା ଶିକ୍ଷକମାନଙ୍କ ଉନ୍ନତି ଦିଗରେ ମନ ବଳାଇଛନ୍ତି। ଯଦିଓ ପ୍ରାଥମିକ ଶିକ୍ଷା ରାଜ୍ୟ ସରକାରଙ୍କ ବ୍ୟବସ୍ଥାଧୀନ ତଥାପି କେନ୍ଦ୍ରସରକାର ଏହାର ନୀତି ନିର୍ଦ୍ଧାରଣ କରୁଛନ୍ତି ଏବଂ ପଞ୍ଚବାର୍ଷିକ ଯୋଜନାରେ ପ୍ରାଥମିକ ଶିକ୍ଷା ସ୍ଥାନ ଲାଭ କରିଅଛି। ତଦନୁସାରେ ଗ୍ରାମେ ଗ୍ରାମେ ସରକାରୀ ନିୟନ୍ତ୍ରଣାଧୀନ ପ୍ରାଥମିକ ବିଦ୍ୟାଳୟମାନ ପ୍ରତିଷ୍ଠିତ ହୋଇଅଛି। ସ୍କୁଲଗୃହଗୁଡ଼ିକ ଉନ୍ନତ ଧରଣରେ ନିର୍ମିତ ହୋଇଅଛି। ସ୍କୁଲର ଚଟାଣ ପକ୍କା କାନ୍ଥଗୁଡ଼ିକ ଚୂନଧଉଳା ହୋଇଅଛି। ପିଲାମାନଙ୍କ ନିମନ୍ତେ ଛୋଟ ଡେଣ୍ଟ୍ମାନ ଯୋଗାଇ ଦିଆଯାଇଛି। ବିଦ୍ୟାଳୟରେ କଳାପଟା, ଚକ୍ଖଡ଼ି, କାନ୍ଥଘଣ୍ଟା, ପାଇଅଛି। ପିଲାମାନଙ୍କ ପାଠପଢ଼ା ସକାଶେ ଅନ୍ନ ମାନଚିତ୍ର * ଚାର୍ଟସବୁ ସ୍ଥାନ ପୁସ୍ତକମାନ ସରକାରଙ୍କଦ୍ୱାରା ଙ୍କଦ୍ଵାରା ସଙ୍କଳିତ ପ୍ରକାଶିତ ଚିତ୍ରପରିଶୋଭିତ ଉନ୍ନତ ଧରଣର ହୋଇ ସ୍କୁଲଗୁଡ଼ିକୁ ଯୋଗ୍ୟ ଦିଆଯାଉଅଛି। ଛାତ୍ରମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଗୁଣ୍ଡଦୁଧର ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ବିଦ୍ୟାଳୟର ତାଲିମପ୍ରାପ୍ତ ଉପଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି। କ୍ରମଶଃ ମାଟ୍ରିକୁଲେଟ୍ ଏବଂ ତତ୍ପରେ ତାଲିମପ୍ରାପ୍ତ ମାଟ୍ରିକୁଲେଟମାନଙ୍କୁ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଅଛି। ପୁଣି ପୁରୁଷ ଶିକ୍ଷକମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରି ସେମାନଙ୍କ ସ୍ଥାନରେ ଶିକ୍ଷୟିତ୍ରୀସବୁ ନିଯୁକ୍ତ କରିବାର ପରିକଳ୍ପନା ରହିଛି ଏବଂ ସେହି ଦୃଷ୍ଟିରୁ କେତେଗୁଡ଼ିଏ ବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରାଗଲାଣି। ଫଳରେ ଗ୍ରାମ୍ୟ ପାଠଶାଳାଗୁଡ଼ିକ ଏବେ ବୈଜ୍ଞାନିକ ଭିତ୍ତିରେ ଶୃଙ୍ଖଳାର ସହିତ ସୂଚାରୁରୂପେ ଶିକ୍ଷାଦାନ କରୁଛନ୍ତି।

ଗ୍ରାମ୍ୟ-ପାଠଶାଳାରେ ଶିକ୍ଷାଦାନ :--

ଗ୍ରାମ୍ୟ-ପାଠଶାଳାଗୁଡ଼ିକରେ ଶିକ୍ଷାଦାନ କରିବା ନିମିତ୍ତ ଛାତ୍ରସଂଖ୍ୟା ଅନୁଯାୟୀ କୌଣସି ବିଦ୍ୟାଳୟରେ ଜଣେ ଏବଂ କୌଣସି ବିଦ୍ୟାଳୟରେ ଏକାଧ୍ଵ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପାଠଶାଳାରେ ପଢ଼ୁଥିବା ଛାତ୍ରମାନଙ୍କ ବୟସ ସାଧାରଣତଃ ଦଶ ବର୍ଷ ତଳକୁ। ପାଠଶାଳାରେ ତିନିଗୋଟି ଶ୍ରେଣୀ ବ୍ୟବସ୍ଥା ରହିଛି ; ଯଥାପ୍ରଥମ ଶ୍ରେଣୀ, ଦ୍ଵିତୀୟ ତୃତୀୟ ଶ୍ରେଣୀ। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଏବେ ଶିଶୁ ଶ୍ରେଣୀର ପ୍ରତିଷ୍ଠା ପାଇଁ ସରକାରୀ ଆଦେଶନାମା ଜାରି ହୋଇଅଛି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପୂର୍ବକାଳରେ ପୂର୍ବାହ୍ଣଣ ଅପରାହ୍ଣ ଏହିପରି ଦୁଇବେଳା ଶିକ୍ଷାଦାନ କରାଯାଉଥୁଲା ; ମାତ୍ର ଏବେ ପୂର୍ବାହ୍ଣ ସାଢ଼େ ଦଶ ଘଣ୍ଟାରୁ ଅପରାହ୍ଣ ଚାରି ଘଣ୍ଟା ପର୍ଯ୍ୟନ୍ତ ଶିକ୍ଷା ଦିଆଯାଉଅଛି। ମଝିରେ ଏକ ଘଣ୍ଟା ପାଇଁ ଅବସର ବ୍ୟବସ୍ଥା ରହିଅଛି। ଅନ୍ୟାନ୍ୟ ବିଦ୍ୟାଳୟ ପରି ପ୍ରାଥମିକ ବିଦ୍ୟାଳୟରେ ଛୁଟିର ବ୍ୟବସ୍ଥା ରହିଅଛି ; କିନ୍ତୁ କାର୍ଯ୍ୟଦିବସଗୁଡ଼ିକରେ ପଢ଼ାପଢ଼ି ଉତ୍ତମ ଭାବରେ କରାଯିବା ପାଇଁ ସମସ୍ତ ସୁବିଧା କରାଯାଇଅଛି। ପାଠଶାଳାରେ ବର୍ଷ-ପରିଚୟ, ସଂଖ୍ୟାଗଣନା, ମାନସାଙ୍କ, ସାହିତ୍ୟ, ରଚନା, ଇତିହାସ, ଭୂଗୋଳ, ସ୍ଵାସ୍ଥ୍ୟରକ୍ଷା ଇତ୍ୟାଦି ନାନାବିଧ ବିଷୟ ଶିକ୍ଷା ଦିଆଯାଉଛି। ସରସ୍ଵତୀପୂଜା, ଗଣେଶପୂଜା, ଶିଶୁ ଦିବସ, ଗୁରୁ ଦିବସ ଏବଂ ସ୍ଵାଧୀନତା ଦିବସ ଗ୍ରାମ୍ୟପାଠଶାଳାରେ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୁଏ

ଗ୍ରାମ୍ୟ-ପାଠଶାଳାର ଶିକ୍ଷକ :-

ଗ୍ରାମ୍ୟ-ପାଠଶାଳାର ଶିକ୍ଷକମାନେ କେତେବେଳେ ଶିକ୍ଷାବିଭାଗ, କେତେବେଳେ ଜିଲ୍ଲା ବୋର୍ଡ଼, କେତେବେଳେ ଜିଲ୍ଲାପରିଷଦ ଏବଂ ଅଧୁନା ଗ୍ରାମପଞ୍ଚାୟତ ଅଧୀନରେ କାର୍ଯ୍ୟ କରୁଅଛନ୍ତି; ମାତ୍ର ଗ୍ରାମପଞ୍ଚାୟତର ଅଧୀନରେ କାର୍ଯ୍ୟ କରିବା ଫଳରେ କେତେଗୁଡ଼ିଏ ଗୁରୁତର ପରିସ୍ଥିତି ସୃଷ୍ଟି ହେବାରୁ ପ୍ରାଥମିକ ଶିକ୍ଷାକୁ ଶୀଘ୍ର ଗ୍ରାମପଞ୍ଚାୟତ ହାତରୁ କାଢ଼ିନେବାର ବ୍ୟବସ୍ଥା କରାଗଲା। ପ୍ରାଥମିକ ଶିକ୍ଷା ପରିଚାଳନା ପାଇଁ ଏକ ବୋର୍ଡ଼ ଗଠିତ ହେଲା ଏବଂ ସେହି ବୋର୍ଡ଼ ଅଧୀନରେ ଶିକ୍ଷକମାନେ କାର୍ଯ୍ୟ କଲେ। ଏବେ ଗ୍ରାମ୍ୟ-ପାଠଶାଳାଗୁଡ଼ିକ ସରକାରୀ ହୋଇଛି ଏବଂ ଗ୍ରାମ୍ୟ- ପାଠଶାଳାର ଶିକ୍ଷକମାନଙ୍କର ଅବସ୍ଥା ମଧ୍ୟ ବଦଳିଯାଇଛି। ସେମାନଙ୍କର ମାସିକ ବେତନ ବୃଦ୍ଧି କରାଯାଇଛି ଏବଂ

ଅଧିକ ବୃଦ୍ଧିଲାଭ କରିବାର ଆଶା ରହିଅଛି। ଗ୍ରାମ୍ୟ-ପାଠଶାଳାର ଶିକ୍ଷକମାନେ ପ୍ରାଥମିକ ଶିକ୍ଷକ ସଂଘର ସଭ୍ୟ ଅଛନ୍ତି ଏବଂ ସଂଘ ମାଧ୍ୟମରେ ସେମାନଙ୍କର ଚାକିରି-ସର୍ଭ, ଦରମା, ପେନ୍ସନ, ଗ୍ରାଚ୍ୟୁଟି ଅନ୍ୟାନ୍ୟ ସୁବିଧା ଲାଭ ନିମିତ୍ତ ଆନ୍ଦୋଳନ କରିବା ସଙ୍ଗେ ସଙ୍ଗେ ଶିକ୍ଷାଦାନରେ ନିଜର ଦକ୍ଷତା ବୃଦ୍ଧିରେ ଲାଗିପଡ଼ିଛନ୍ତି। ସ୍କୁଲ କାର୍ଯ୍ୟ ଛଡ଼ା ଗ୍ରାମ୍ୟ-ପାଠଶାଳାର ଶିକ୍ଷକମାନେ ଭୋଟର ତାଲିକା ପ୍ରସ୍ତୁତ କରିବାର ଏବଂ ଜନଗଣନା କାର୍ଯ୍ୟରେ ସରକାରଙ୍କୁ ସାହାଯ୍ୟ କରନ୍ତି ଏବଂ ସେଥୁନିମିତ୍ତ ସେମାନଙ୍କୁ ସ୍ଵତନ୍ତ୍ର ପାରିଶ୍ରମିକ ଦିଆଯାଏ

ଉପସଂହାର :-

ପାଠଶାଳାଗୁଡ଼ିକ ଦେଶର ଭବିଷ୍ୟତ ନାଗରିକମାନଙ୍କର ମୂଳଦୁଆ ଗଠନ କରିବାର ଭାର ନେଇଛନ୍ତି। ଭାରତବର୍ଷ ଏକ ଗ୍ରାମବହୁଳ ଦେଶ ; ତେଣୁ ଅଧିକାଂଶ ନାଗରିକଙ୍କର ମୂଳଦୂଆ ଗଠନର ଭାର ଗ୍ରାମ୍ୟ-ପାଠଶାଳାଗୁଡ଼ିକରେ ନିହିତ। ଗ୍ରାମ୍ୟ- ପାଠଶାଳାଗୁଡ଼ିକର ଉନ୍ନତି ଉପରେ ଦେଶ ଜାତିର ଉନ୍ନତି ନିର୍ଭର କରେ। ଏହି ଦୃଷ୍ଟିରୁ ଦେଶବାସୀ ଗ୍ରାମ୍ୟ-ପାଠଶାଳାଗୁଡ଼ିକର ଉନ୍ନତି ନିମନ୍ତେ ସର୍ବଦା ତତ୍ପର ରହିବା ଉଚିତ।

*****

Comments