Recent Post
- Get link
- X
- Other Apps
Tumara Bidyalaya, ତୁମର ବିଦ୍ୟାଳୟ, Ama bidyalaya
ତୁମର ବିଦ୍ୟାଳୟ
ଉପକ୍ରମ —
ବିଦ୍ୟାର୍ଥୀ ପକ୍ଷରେ ବିଦ୍ୟାଳୟର ଗୁରୁତ୍ଵ ଅତି ଅଳ୍ପ ନୁହେଁ। ବିଦ୍ୟାର୍ଥୀ ତା’ର ନିଜ ଗୃହ, ବନ୍ଧୁ ଗୃହ ଏବଂ ମାତୁଳାଳୟ ଅପେକ୍ଷା ନିଜ ବିଦ୍ୟାଳୟକୁ ବେଶି ଗୁରୁତ୍ଵ ଦିଏ। ମୁଁ ଜଣେ ବିଦ୍ୟାର୍ଥୀ ବା ଛାତ୍ର ଏବଂ ଗତ ଆଠ ବର୍ଷ ଧରି କନକପୁର ଗ୍ରାମରେ ଅବସ୍ଥିତ ଶାରଦା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଆସୁଅଛି। ସେହି ବିଦ୍ୟାଳୟର ପାଠ୍ୟ ସମାପ୍ତ କରି ବର୍ତ୍ତମାନ ମୁଁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ପରୀକ୍ଷାର୍ଥୀ । ଏହି ବର୍ଷ ଆସନ୍ତା ମେ’ ମାସର ଅବସାନ ପର୍ଯ୍ୟନ୍ତ ମୁଁ ସେହି ବିଦ୍ୟାଳୟର ଛାତ୍ର ଭାବରେ ପରିଗଣିତ ହେବି। କନକପୁର ଉଚ୍ଚ ବିଦ୍ୟାଳୟ ଚିରକାଳ ଧରି ମୋ ମନରେ ଅଭୁଲା ସ୍ମୃତି ହୋଇ ରହିବ। ଭବିଷ୍ୟତ ଜୀବନରେ ଯେତେବେଳେ ମୁଁ ବିଷାଦବୋଳା ହୃଦୟରେ ଅଥବା ଶୂନ୍ୟ ମନରେ ବସିରହିଥ୍, ସେତେବେଳେ ଶାରଦା ଉଚ୍ଚ ବିଦ୍ୟାଳୟର ପ୍ରଶାନ୍ତ-ଗମ୍ଭୀର ଛବି ଓ ଜୀବନଧାରାର ସ୍ଵାଦ ମୋ ସ୍କୁତିପଟରେ ନୃତ୍ୟଶୀଳ ହୋଇଉଠିବ। ସେତିକିରେ ମୋ ହୃଦୟରେ ଭରିଯିବ ଅସରା ଆନନ୍ଦ।
ବିଦ୍ୟାଳୟର ଅବସ୍ଥିତି ଓ ଆକାର :-
ଶାରଳା ଉଚ୍ଚ ବିଦ୍ୟାଳୟଟି କନକପୁର ଗ୍ରାମସ୍ଥ ସୁପ୍ରସିଦ୍ଧ ଶାରଳାଦେବୀଙ୍କ ମନ୍ଦିରର ଅନତିଦୂରରେ ଅବସ୍ଥିତ। ଏହି ଶାରଳାଦେବୀ, ଯାହାଙ୍କ ପ୍ରସାଦରୁ ଶୂଦ୍ରମୁନି ଶାରଳାଦାସ କବିତ୍ଵ ଲାଭ କରି ଓଡ଼ିଆଭାଷାରେ ପ୍ରକାଣ୍ଡ ମହାଭାରତ ଲେଖିଯାଇଛନ୍ତି। ସେ ଆଜିକି ପ୍ରାୟ ଛଅ ଶତ ବର୍ଷ ପୂର୍ବର ଘଟଣା। ସେତେବେଳେ ରାଜଧାନୀ ପୁରୀଠାରେ ସୂର୍ଯ୍ୟବଂଶୀ ବୀର କପିଳେନ୍ଦ୍ର ଦେବଙ୍କ ରାଜତ୍ଵ ସମୟ। ଶାରଳାଦେବୀଙ୍କ ମନ୍ଦିର ସମ୍ମୁଖରେ ଅଧୁନା ଏକ ବିରାଟ ବଜାର ସୃଷ୍ଟିଲାଭ କରିଅଛି; କିନ୍ତୁ ଶାରଦା ଉଚ୍ଚ ବିଦ୍ୟାଳୟଟି ପଲ୍ଲୀର ଏକ ନିଭୃତ କୋଣରେ ଅବସ୍ଥିତ। ଏହି ବିଦ୍ୟାଳୟରେ କେତେକାଂଶ ଇଷ୍ଟକନିର୍ମିତ ବୃହତ୍ ଅଟ୍ଟାଳିକା ଓ କେତେକାଂଶ ଛଣଛପର-ଆଚ୍ଛାଦିତ ମୃଣ୍ମୟ ଗୃହ। ବିଦ୍ୟାଳୟର ଛାତ୍ରାବାସଟି ବିଦ୍ୟାଳୟର ଗୋଟିଏ ପାର୍ଶ୍ଵରେ ଦଣ୍ଡାୟମାନ। ବିଦ୍ୟାଳୟକୁ ଲାଗି ଗୋଟିଏ ଛୋଟ ଡାକଘର ଏବଂ ଅଳ୍ପ କେତୋଟି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗୃହ ରହିଛି।
ବିଦ୍ୟାଳୟର ଛାତ୍ରଛାତ୍ରୀ :-
ଚତୁର୍ଥରୁ ଦଶମ ପର୍ଯ୍ୟନ୍ତ ସମୁଦାୟ ସାତ ଶ୍ରେଣୀବିଶିଷ୍ଟ ଏହି ବିଦ୍ୟାଳୟଟିରେ ପାଞ୍ଚ ଶତ ଛାତ୍ର ଅଧ୍ୟୟନ କରନ୍ତି। ନିମ୍ନ ଚାରିଗୋଟି ଶ୍ରେଣୀ ଛାତ୍ରସଂଖ୍ୟା ବୃଦ୍ଧି କାରଣରୁ କେତୋଟି ସେକ୍ସନ ବା ବିଭାଗରେ ବିଭକ୍ତ ହୋଇଅଛି। ଉଚ୍ଚ ବିଦ୍ୟାଳୟଟି ଗୋଟିଏ ଅତି ଜନାକୀର୍ଣ୍ଣ ଅଞ୍ଚଳରେ ଅବସ୍ଥିତ; ତେଣୁ ବିଦ୍ୟାଳୟଟିରେ ଛାତ୍ରସଂଖ୍ୟା ସନ୍ତୋଷଜନକ।
ସଅଁରା, କଣ୍ଟାପଡ଼ା ଓ ଉତ୍ତରକୁଳ ପ୍ରଭୃତି ଗ୍ରାମଗୁଡ଼ିକରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଗୁଡ଼ିକରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରମାନେ ଆସି ଶାରଦା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାନ୍ତି। ଛାତ୍ରସଂଖ୍ୟା ତୁଳନାରେ ଛାତ୍ରୀ ମାନଙ୍କସଂଖ୍ୟା ଅତ୍ୟନ୍ତ ହେଲେ ମଧ୍ୟ ଅନ୍ୟାନ୍ୟ ବିଦ୍ୟାଳୟ ତୁଳନାରେ ବହୁତ ବେଶି।
ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ :-
ଶାରଦା ଉଚ୍ଚ ବିଦ୍ୟାଳୟର ଶିକ୍ଷକସଂଖ୍ୟା ଅଠର। ସମସ୍ତ ଶିକ୍ଷକ ଉଚ୍ଚ ଉପାଧ୍ଧରୀ ଏବଂ ତାଲିମପ୍ରାପ୍ତ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାନ୍ତି, ବି.ଏ., ଡି.ଇଡ଼ି.। ଇଂରାଜୀ ଭାଷାରେ ବ୍ୟାପ୍ତି ଲାଗି ସୁପ୍ରସିଦ୍ଧ। ସଂସ୍କୃତ ପଣ୍ଡିତ ଶ୍ରୀଯୁକ୍ତ ମକର ନନ୍ଦ, ସାହିତ୍ୟାଚାର୍ଯ୍ୟ ସଂସ୍କୃତରେ ଛାତ୍ରୋପଯୋଗୀ ବହୁ ଉପାଦେୟ ଗ୍ରନ୍ଥର ପ୍ରଣେତା। ଏମାନଙ୍କ ବ୍ୟତୀତ ବିଦ୍ୟାଳୟରେ ଜଣେ ସୁଦକ୍ଷ ଅଫିସ ଆସିଷ୍ଟାଣ୍ଟ ଶ୍ରୀଯୁକ୍ତ ଅଭିମନ୍ୟୁ ମହାନ୍ତି ଏବଂ ଦୁଇ ଜଣ ପିଅନ ଓ ଜଣେ ଚପରାସୀ ରହିଛନ୍ତି। ଶାରଦା ଉଚ୍ଚ ବିଦ୍ୟାଳୟଟି ପ୍ରଥମେ ଗୋଟିଏ ଘରୋଇ ସ୍କୁଲ ଥିଲା। ଏବେ ଏହା ସରକାରୀ ସ୍ତରରେ ଗୋଟିଏ ‘ଖ’ ଶ୍ରେଣୀ ବିଦ୍ୟାଳୟ (‘B’ Type School) ରେ ପରିଣତ ହୋଇଅଛି।
ବିଦ୍ୟାଳୟର ଛାତ୍ରାବାସ :–
ଏହି ବିଦ୍ୟାଳୟର ଛାତ୍ରାବାସରେ ସର୍ବମୋଟ ଚାଳିଶ ଜଣ ଛାତ୍ର ରହନ୍ତି। ଏମାନଙ୍କର ତତ୍ତ୍ଵ ନେବା ପାଇଁ ଜଣେ ପରିଚାଳକ ନିଯୁକ୍ତ ହୋଇଥା’ନ୍ତି। ଛାତ୍ରାବାସରେ ଥିବା ଛାତ୍ରମାନଙ୍କର ପ୍ରାତଃକାଳୀନ ବ୍ୟାୟାମ ଏବଂ ସନ୍ଧ୍ୟାକାଳୀନ ପ୍ରାର୍ଥନା ବିଶେଷ ଉଲ୍ଲେଖଯୋଗ୍ୟ
ଅଟେ ।
କାର୍ଯ୍ୟଦିବସ ଓ ଛୁଟିଦିବସ :-
କାର୍ଯ୍ୟଦିବସଗୁଡ଼ିକରେ ଶିକ୍ଷକମାନେ ଛାତ୍ରମାନଙ୍କୁ ବିଦ୍ୟାଦାନରେ ଯଥେଷ୍ଟ ନିଷ୍ଠା ପ୍ରକାଶ କରନ୍ତି। କ୍ରୀଡ଼ାଭୂମିରେ ନାନା ପ୍ରକାରର କ୍ରୀଡ଼ା କରା କରାଯାଏ। ଗ୍ରୀଷ୍ମ ଋତୁରେ ବିଦ୍ୟାଳୟର କାର୍ଯ୍ୟ ଉଷାକାଳରୁ ଆରମ୍ଭ କରାଯାଏ। ଅନ୍ୟ ଋତୁରେ ଏହା ପୂର୍ବାହ୍ଣ ସାଢ଼େ ଦଶ ଘଟିକାରେ ଆରମ୍ଭ କରାଯାଏ। ସ୍କୁଲର ଘଣ୍ଟାଧ୍ଵନିଦ୍ଵାରା ପିରିଅଡ଼ ବା ନିର୍ଘଣ୍ଟଗୁଡ଼ିକ ନିୟନ୍ତ୍ରିତ ହୁଏ। ବିଦ୍ୟାଳୟରେ ବର୍ଷରେ ସର୍ବମୋଟ ଚୌରାଅଶୀ ଦିନ ଛୁଟି ହୁଏ। ଏଥିମଧ୍ୟରୁ ଗ୍ରୀଷ୍ଟାବକାଶ ସବୁଠାରୁ ବଳି ଦୀର୍ଘ।,
ବିଦ୍ୟାଳୟର ବିଭିନ୍ନ ଉତ୍ସବ :–
ଏହି ବିଦ୍ୟାଳୟରେ ପ୍ରତିବର୍ଷ ନାନା ଉତ୍ସବ ପାଳିତ ହୁଏ। ଗଣେଶପୂଜା ଓ ସରସ୍ଵତୀ ପୂଜାରେ ଛାତ୍ରମାନେ ହିନ୍ଦୁ ରୀତିରେ ପୂଜା ଓ ପ୍ରାର୍ଥନାଦି କରନ୍ତି। ଏହାଛଡ଼ା ସ୍ଵାଧୀନତା ଦିବସ, ଶିଶୁ ଦିବସ, ଗୁରୁ ଦିବସ ଓ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୁଏ। ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣୀ ସଭା ମଧ୍ଯ ଗୋଟିଏ ଗୋଟିଏ ବଡ଼ ଉତ୍ସବ!
ବିଦ୍ୟାଳୟର ବିଶେଷତ୍ୱ :-
1
ଏହି ଗ୍ରାମରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟଟି ବହୁ ପ୍ରାଚୀନ। ତାକୁ ହିଁ ଭିତ୍ତି କରି ଏହି ଉଚ୍ଚ ବିଦ୍ୟାଳୟଟି ୧୯୪୦ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। ଏହି ବିଦ୍ୟାଳୟରୁ ପ୍ରତିବର୍ଷ ବହୁ ଛାତ୍ର ଉଚ୍ଚ ଡିଭିଜନ ରଖି କୃତକାର୍ଯ୍ୟ ହୁଅନ୍ତି। ବହୁ ଛାତ୍ର ମଧ୍ୟ ସ୍କଲାରସିପ୍ ବା ଛାତ୍ରବୃତ୍ତି ଲାଭ କରିଛନ୍ତି। ନିକଟବର୍ତ୍ତୀ କ୍ରୀଡ଼ାଦଳ ସହିତ ପ୍ରତିଯୋଗିତା କରି ବିଦ୍ୟାଳୟର ଖେଳାଳିଗଣ ସୁନାମ ଅର୍ଜନ କରିଛନ୍ତି। ବହୁ ବିଦ୍ୟାଳୟରେ ପୁରାତନ ଛାତ୍ରସଂଘ ଆଦୌ ନ ଥିବା ସ୍ଥଳେ ଏହି ବିଦ୍ୟାଳୟରେ ତିନୋଟି ପୁରାତନ ଛାତ୍ରସଂଘ (Old Boys'
Association) ରହିଛି।
ଉପସଂହାର :-
ମୋର ଏହି ବିଦ୍ୟାଳୟ ଲାଗି ମୁଁ ସର୍ବଦା ଗର୍ବିତ। ମୁଁ ଏହି ବିଦ୍ୟାଳୟରୁ ଏବର୍ଷ କୃତକାର୍ଯ୍ୟ ହୋଇଗଲେ ଏହାର ପୁରାତନ ଛାତ୍ରସଂଘରେ ଯୋଗ ଦେବି। ତିନୋଟିଯାକ ସଂଘ ବିଦ୍ୟାଳୟର ତିନୋଟି ପ୍ରଧାନ ଦାୟିତ୍ଵ ବାଣ୍ଟିଦେଲେ କାର୍ଯ୍ୟ ସୁଗମ ହେବ। ଏହା ହିଁ ମୋର ବିଶ୍ଵାସ। ଈଶ୍ଵରଙ୍କଠାରେ ମୁଁ ପ୍ରାର୍ଥନା କରେ, ମୋ ବିଦ୍ୟାଳୟର ଆଣ୍ଠୁ ଶ୍ରୀବୃଦ୍ଧି ସାଧୂତ ହେଉ ଏବଂ ଏହା ବହୁ ଛାତ୍ରଙ୍କର ଅଶେଷ କଲ୍ୟାଣର କାରଣ ହେଉ।
*****
- Get link
- X
- Other Apps
Popular Post
Odia application to the Sarpanch for village road repairing.
- Get link
- X
- Other Apps
WRITE AN APPLICATION TO THE B.D.O. OF YOUR BLOCK REQUESTING HIM TO SINK A FEW TUBEWELL IN YOUR VILLAGE FOR SUPPLY OF DRINKING WATER.
- Get link
- X
- Other Apps
application to B.D.O. requesting to sink a few tubewell for supply of drinking water.
- Get link
- X
- Other Apps
WRITE AN APPLICATION TO THE HEADMASTER TO GRANT OF LEAVE FOR REMAINING PERIOD OF A DAY.
- Get link
- X
- Other Apps
Odia Application to the Chief Minister for financial Help of my daughter’s treatment.
- Get link
- X
- Other Apps

Comments
Post a Comment
Thanks for commenting